OTET Paper 1 Exam 1 Jul 2023 Paper

Show Para  Hide Para 
Question Numbers: 56-60
କବିତାଟିକୁ ପଢ଼ି ନଂ 56 ରୁ 60 ପର୍ଯ୍ୟନ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ :
ତରୁଣ-ଅରୁଣ-କାନ୍ତି ପ୍ରାଚୀ ଦିଗ୍‌ବଳୟ
ତମସାକୁ ଭେଦ କରି ହେଲା ଉଦ୍‌ଭାସିତ,
ଉତ୍ତରଳ-ଜଳଧର, ଉତ୍ତାଳ ତରଙ୍ଗେ
ବିଶ୍ବଜନ-ମନ ହେଲା ପ୍ରେମେ ଉଦ୍‌ବେଳିତ ।
ବନାନୀକୁ ଭେଦ କରି ପକ୍ଷୀର କାକଳି
ମଳୟର ଶିହରଣେ ମୋହି ବିଶ୍ବମନ,
ଭାସି ଆସୁଥୁଲା ଯେବେ ଦୂର ନେପଥ୍ୟରୁ
ଉଦାର ଓଁକାର ଧ୍ବନି ମାଙ୍ଗଳିକ ସ୍ବନ ।
ସରସୀ ଉରସେ ରାଜେ ବିକଚ କମଳ,
ଅଳିକୁଳ କଳନାଦେ କରି ଗୁଞ୍ଜରିତ,
ବିନ୍ଦୁ ବିନ୍ଦୁ ନୀହାରର ଅପୂର୍ବ ଛଟାରେ
ନବକିଶଳୟ ଅବା ମୌକ୍ତିକ-ମଣ୍ଡିତ ।
ପୁତନୀରା ତଟିନୀର ତରଙ୍ଗିତ ବକ୍ଷେ
ପ୍ରତିବିମ୍ବି ଶୋଭୁଥିଲା ପ୍ରଭାତୀ ତାରକା,
ମଲ୍ଲୀ ହେନା ମାଳତୀର ମୃଦୁ ସଉରଭେ
ନଥୁଲା କାହାରି ମନେ ତିଳେ ହେଲେ ଶଙ୍କା ।
© examsnet.com
Question : 56
Total: 150
Go to Question: